1 Rois 1

Abischag soigne le roi âgé

1ଏଥିଉତ୍ତାରେ ଦାଉଦ ରାଜା ବୃଦ୍ଧ ଓ ଗତବୟସ୍କ ହେଲେ; ତହିଁରେ ଲୋକମାନେ ତାଙ୍କୁ ଅନେକ ବସ୍ତ୍ର ଘୋଡ଼ାଇଲେ, ମାତ୍ର ସେ କିଛି ଉଷ୍ଣତା ପାଇଲେ ନାହିଁ। 2ଏଥିପାଇଁ, ତାଙ୍କ ଦାସମାନେ ତାଙ୍କୁ କହିଲେ, ଆମ୍ଭମାନଙ୍କ ପ୍ରଭୁ ମହାରାଜଙ୍କ ନିମନ୍ତେ ଗୋଟିଏ ଯୁବତୀ କନ୍ୟା ଅନ୍ୱେଷଣ କରାଯାଉ ଓ ସେ ମହାରାଜଙ୍କ ଛାମୁରେ ଠିଆ ହୋଇ ସେବା କରୁ; ଆଉ ଆମ୍ଭମାନଙ୍କ ପ୍ରଭୁ ମହାରାଜ ଯେପରି ଉଷ୍ଣତା ପାଇବେ, ଏଥିପାଇଁ ସେ ଆପଣଙ୍କ କୋଳରେ ଶୟନ କରୁ। 3ତହିଁରେ ଲୋକମାନେ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସୁନ୍ଦରୀ କନ୍ୟାର ଅନ୍ୱେଷଣ କରି ଶୁନେମୀୟା ଅବୀଶଗ ନାମକ ଏକ କନ୍ୟାକୁ ପାଇ ରାଜାଙ୍କ ନିକଟକୁ ଆଣିଲେ। 4ସେହି ଯୁବତୀ ଅତି ସୁନ୍ଦରୀ ଥିଲା ଓ ସେ ରାଜାଙ୍କର ସେବା ଓ ପରିଚର୍ଯ୍ୟା କଲା; ମାତ୍ର ରାଜା ତାହାର ସହବାସ କଲେ ନାହିଁ।

Adonija s'empare du trône

5ଏହି ସମୟରେ ହଗୀତର ପୁତ୍ର ଅଦୋନୀୟ ଆପଣାକୁ ବଡ଼ କରି କହିଲା, “ମୁଁ ରାଜା ହେବି,” ଏଣୁ ସେ ଆପଣା ପାଇଁ ରଥ ଓ ଅଶ୍ୱାରୋହୀଗଣ ଓ ଆପଣା ଆଗେ ଆଗେ ଦୌଡ଼ିବା ପାଇଁ ପଚାଶ ଜଣ ଦେହରକ୍ଷୀକୁ ପ୍ରସ୍ତୁତ କଲେ। 6ମାତ୍ର, ତୁମ୍ଭେ କାହିଁକି ଏପରି କରୁଅଛ ବୋଲି କହି ତାହାର ପିତା ତାହାକୁ କୌଣସି ସମୟରେ ଅସନ୍ତୁଷ୍ଟ କରି ନ ଥିଲେ। ମଧ୍ୟ ସେ ଅତି ସୁନ୍ଦର ପୁରୁଷ ଓ ଅବଶାଲୋମ ଉତ୍ତାରେ ଜାତ ହୋଇଥିଲା। 7ପୁଣି, ସେ ସରୁୟାର ପୁତ୍ର ଯୋୟାବ ଓ ଅବୀୟାଥର ଯାଜକ ସହିତ ପରାମର୍ଶ କଲା; ଆଉ ସେମାନେ ଅଦୋନୀୟର ଅନୁଗତ ହୋଇ ତାହାକୁ ସାହାଯ୍ୟ କଲେ। 8ମାତ୍ର, ସାଦୋକ ଯାଜକ ଓ ଯିହୋୟାଦାର ପୁତ୍ର ବନାୟ ଓ ନାଥନ ଭବିଷ୍ୟଦ୍‍ବକ୍ତା ଓ ଶିମୀୟି ଓ ରେୟି ଓ ଦାଉଦଙ୍କର ବୀରଗଣ ଅଦୋନୀୟର ପକ୍ଷ ନ ଥିଲେ। 9ଏଉତ୍ତାରେ ଅଦୋନୀୟ ଐନ୍‍-ରୋଗେଲର ପାର୍ଶ୍ୱସ୍ଥ ସୋହେଲତ୍‍-ପ୍ରସ୍ତର ନିକଟରେ ମେଷ, ବୃଷ ଓ ପୁଷ୍ଟ ପଶୁମାନଙ୍କୁ ମାରି ଆପଣା ଭ୍ରାତା ସମସ୍ତ ରାଜପୁତ୍ରଙ୍କୁ ଓ ରାଜାଙ୍କ ଦାସ ଯିହୁଦାର ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କଲେ। 10ମାତ୍ର, ନାଥନ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ବନାୟକୁ ଓ ବୀରମାନଙ୍କୁ ଓ ଆପଣା ଭାଇ ଶଲୋମନକୁ ସେ ନିମନ୍ତ୍ରଣ କଲେ ନାହିଁ।

Nathan et Bath-Schéba agissent

11ଏଥିରେ ନାଥନ ଶଲୋମନଙ୍କର ମାତା ବତ୍‍ଶେବାକୁ କହିଲେ, “ଆମ୍ଭମାନଙ୍କ ପ୍ରଭୁ ଦାଉଦଙ୍କ ଅଜ୍ଞାତସାରରେ ହଗୀତର ପୁତ୍ର ଅଦୋନୀୟ ରାଜା ହୋଇଅଛି, ଏହା କʼଣ ତୁମ୍ଭେ ଶୁଣି ନାହଁ? 12ଏହେତୁ ବିନୟ କରୁଅଛି, ଏବେ ଆସ, ମୁଁ ତୁମ୍ଭକୁ ପରାମର୍ଶ ଦେବି; ତହିଁରେ ତୁମ୍ଭେ ଆପଣା ପ୍ରାଣ ଓ ଆପଣା ପୁତ୍ର ଶଲୋମନର ପ୍ରାଣ ରକ୍ଷା କରିବ। 13ତୁମ୍ଭେ ଦାଉଦ ରାଜାଙ୍କ ନିକଟକୁ ଯାଇ ତାଙ୍କୁ କୁହ, ‘ହେ ମୋହର ପ୍ରଭୋ, ମହାରାଜ, ଆପଣ କି ଶପଥ କରି ଆପଣା ଦାସୀକୁ କହି ନାହାନ୍ତି, ମୋʼ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋʼ ସିଂହାସନରେ ବସିବ? ତେବେ, କାହିଁକି ଅଦୋନୀୟ ରାଜା ହୋଇଅଛି?’ 14ଦେଖ, ତୁମ୍ଭେ ରାଜାଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ବେଳେ ମୁଁ ମଧ୍ୟ ତୁମ୍ଭ ପଛେ ଯାଇ ତୁମ୍ଭ କଥା ଦୃଢ଼ କରିବି।” 15ଏଥିରେ ବତ୍‍ଶେବା କୋଠରି ଭିତରେ ରାଜାଙ୍କ ନିକଟକୁ ଗଲା; ସେହି ସମୟରେ ରାଜା ଅତି ବୃଦ୍ଧ ଥିଲେ; ଆଉ ଶୁନେମୀୟା ଅବୀଶଗ ରାଜାଙ୍କର ପରିଚର୍ଯ୍ୟା କରୁଥିଲା। 16ତହୁଁ ବତ୍‍ଶେବା ନଇଁପଡ଼ି ରାଜାଙ୍କୁ ପ୍ରଣାମ କଲା। ତହିଁରେ ରାଜା ପଚାରିଲେ, “ତୁମ୍ଭେ କଅଣ ଇଚ୍ଛା କରୁଅଛ?” 17ଏଥିରେ ସେ ତାଙ୍କୁ କହିଲା, “ହେ ମୋହର ପ୍ରଭୋ, ଆପଣ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ ଆପଣା ଦାସୀ ନିକଟରେ ଶପଥ କରିଥିଲେ ଯେ, ମୋʼ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋʼ ସିଂହାସନରେ ବସିବ।” 18ମାତ୍ର, ଏବେ ଦେଖନ୍ତୁ, ଅଦୋନୀୟ ରାଜ୍ୟ କରୁଅଛି, ଆଉ ମୋʼ ପ୍ରଭୁ ମହାରାଜ ତାହା ଜାଣନ୍ତି ନାହିଁ।

19ଆଉ, ସେ ଅନେକ ବୃଷ, ପୁଷ୍ଟ ପଶୁ ଓ ମେଷ ମାରି ମହାରାଜଙ୍କ ସମସ୍ତ ପୁତ୍ରଙ୍କୁ ଓ ଅବୀୟାଥର ଯାଜକଙ୍କୁ ଓ ଯୋୟାବ ସେନାପତିଙ୍କୁ ନିମନ୍ତ୍ରଣ କରିଅଛନ୍ତି; ମାତ୍ର, ଆପଣଙ୍କ ଦାସ ଶଲୋମନକୁ ନିମନ୍ତ୍ରଣ କରି ନାହିଁ। 20ପୁଣି, ହେ ମୋହର ପ୍ରଭୋ, ମହାରାଜ, ମୋହର ପ୍ରଭୁ ମହାରାଜଙ୍କ ସିଂହାସନରେ ତାଙ୍କ ଉତ୍ତାରେ କିଏ ବସିବ, ଏହା ଯେପରି ଆପଣ ସମଗ୍ର ଇସ୍ରାଏଲକୁ କହିବେ, ଏଥିପାଇଁ ସେମାନଙ୍କ ଦୃଷ୍ଟି ଆପଣଙ୍କ ଉପରେ ଅଛି। 21ନୋହିଲେ ମୋʼ ପ୍ରଭୁ ମହାରାଜ ଆପଣା ପିତୃଲୋକମାନଙ୍କ ସହିତ ଶୟନ କଲା ଉତ୍ତାରେ ମୁଁ ଓ ମୋʼ ପୁତ୍ର ଶଲୋମନ ଦୋଷୀ ଗଣିତ ହେବୁ। 22ଆଉ, ସେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ, ଦେଖ, ନାଥନ ଭବିଷ୍ୟଦ୍‍ବକ୍ତା ଉପସ୍ଥିତ ହେଲେ। 23ଏଣୁ, ସେମାନେ ରାଜାଙ୍କୁ କହିଲେ, “ଦେଖନ୍ତୁ, ଏହି ନାଥନ ଭବିଷ୍ୟଦ୍‍ବକ୍ତା। ତହିଁରେ ସେ ରାଜାଙ୍କ ସମ୍ମୁଖକୁ ଆସି ଭୂମିଷ୍ଠ ହୋଇ ରାଜାଙ୍କୁ ପ୍ରଣାମ କଲେ।” 24ପୁଣି, ନାଥନ କହିଲେ, “ହେ ମୋହର ପ୍ରଭୋ ମହାରାଜ, ମୋʼ ଉତ୍ତାରେ ଅଦୋନୀୟ ରାଜ୍ୟ କରିବ ଓ ମୋʼ ସିଂହାସନରେ ବସିବ, ଏହା କଅଣ ଆପଣ କହିଅଛନ୍ତି?” 25କାରଣ, ସେ ଆଜି ଯାଇ ଅନେକ ବୃଷ, ପୁଷ୍ଟ ପଶୁ ଓ ମେଷ ମାରି ରାଜପୁତ୍ର ସମସ୍ତଙ୍କୁ ଓ ସେନାପତିମାନଙ୍କୁ ଓ ଅବୀୟାଥର ଯାଜକଙ୍କୁ ନିମନ୍ତ୍ରଣ କରିଅଛନ୍ତି; ଆଉ ଦେଖନ୍ତୁ, ସେମାନେ ତାହା ସାକ୍ଷାତରେ ଭୋଜନପାନ କରି କହୁଅଛନ୍ତି, ଅଦୋନୀୟ ରାଜା ଚିରଜୀବୀ ହେଉନ୍ତୁ। 26ମାତ୍ର, ଆପଣଙ୍କ ଦାସ ଯେ ମୁଁ, ମୋତେ ଓ ସାଦୋକ ଯାଜକଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ ଓ ଆପଣଙ୍କ ଦାସ ଶଲୋମନକୁ ସେ ନିମନ୍ତ୍ରଣ କରି ନାହାନ୍ତି।

27ଏହି କର୍ମ କି ମୋʼ ପ୍ରଭୁ ମହରାଜଙ୍କ ଦ୍ୱାରା ହେଲା, ଆଉ ମୋʼ ପ୍ରଭୁ ମହାରାଜଙ୍କ ସିଂହାସନରେ ତାଙ୍କ ଉତ୍ତାରେ କିଏ ବସିବ, ଏହା ଆପଣ ନିଜ ଦାସମାନଙ୍କୁ ଜଣାଇ ନାହାନ୍ତି?

David renouvelle son serment

28ତେବେ, ଦାଉଦ ରାଜା ଉତ୍ତର କରି କହିଲେ, “ବତ୍‍ଶେବାକୁ ମୋʼ ନିକଟକୁ ଡାକ। ତହୁଁ ସେ ରାଜାଙ୍କ ଛାମୁକୁ ଆସି ରାଜାଙ୍କ ଛାମୁରେ ଠିଆ ହେଲା।” 29ଏଥିରେ ରାଜା ଶପଥ କରି କହିଲେ, “ମୁଁ ଅବଶ୍ୟ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ 30ଯେପରି ତୁମ୍ଭ ନିକଟରେ ଶପଥ କରିଅଛି ଯେ, ମୋʼ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜା ହେବ ଓ ମୋʼ ପଦରେ ମୋʼ ସିଂହାସନରେ ବସିବ, ସବୁ କ୍ଳେଶରୁ ମୋʼ ପ୍ରାଣ ମୁକ୍ତକାରୀ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ଅବଶ୍ୟ ଆଜି ସେପରି କରିବି।” 31ତହୁଁ ବତ୍‍ଶେବା ଭୂମିରେ ମୁହଁ ମାଡ଼ି ରାଜାଙ୍କୁ ପ୍ରଣାମ କରି କହିଲା, “ମୋʼ ପ୍ରଭୁ ମହାରାଜ ଦାଉଦ ଚିରଜୀବୀ ହେଉନ୍ତୁ।”

Salomon est oint roi

32ଏଥିରେ ଦାଉଦ ରାଜା କହିଲେ, “ସାଦୋକ ଯାଜକଙ୍କୁ ଓ ନାଥନ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ ମୋʼ ନିକଟକୁ ଡାକ।” ଏଣୁ, ସେମାନେ ରାଜାଙ୍କ ସମ୍ମୁଖକୁ ଆସିଲେ। 33ତହିଁରେ, ରାଜା ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ସଙ୍ଗେ ନେଇ ଓ ମୋʼ ପୁତ୍ର ଶଲୋମନକୁ ମୋʼ ନିଜ ଖଚରରେ ଆରୋହଣ କରାଇ ଗୀହୋନ ଝରଣାକୁ ନେଇଯାଅ।” 34ଆଉ, ସେଠାରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍‍ବକ୍ତା ତାହାକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରନ୍ତୁ; ପୁଣି, ତୁମ୍ଭେମାନେ ତୂରୀ ବଜାଇ କୁହ, ଶଲୋମନ ରାଜା ଚିରଜୀବୀ ହେଉନ୍ତୁ। 35ତହିଁ ଉତ୍ତାରେ ତୁମ୍ଭେମାନେ ତାହାର ପଛେ ପଛେ ଆସ ଓ ସେ ଆସି ମୋʼ ସିଂହାସନରେ ବସୁ; କାରଣ, ସେ ମୋʼ ପଦରେ ରାଜା ହେବ; ଆଉ, ମୁଁ ତାହାକୁ ଇସ୍ରାଏଲ ଓ ଯିହୁଦାର ଅଗ୍ରଣୀ କରି ନିଯୁକ୍ତ କରିଅଛି। 36ଏଥିରେ ଯିହୋୟାଦାର ପୁତ୍ର ବନାୟ ରାଜାଙ୍କୁ ଉତ୍ତର କରି କହିଲା, “ଆମେନ୍‍,” ମୋʼ ପ୍ରଭୁ ମହାରାଜଙ୍କୁ ସଦାପ୍ରଭୁ ପରମେଶ୍ୱର ମଧ୍ୟ ଏପରି କହନ୍ତୁ। 37ସଦାପ୍ରଭୁ ଯେପରି ମୋʼ ପ୍ରଭୁ ମହାରାଜାଙ୍କର ସହବର୍ତ୍ତୀ ହୋଇଅଛନ୍ତି, ସେହିପରି ଶଲୋମନଙ୍କର ସହବର୍ତ୍ତୀ ହେଉନ୍ତୁ ଓ ସେ ମୋʼ ପ୍ରଭୁ ମହାରାଜ ଦାଉଦଙ୍କ ସିଂହାସନ ଅପେକ୍ଷା ତାଙ୍କ ସିଂହାସନ ବଡ଼ କରନ୍ତୁ। 38ଏଥିରେ ସାଦୋକ ଯାଜକ, ନାଥନ ଭବିଷ୍ୟଦ୍‍ବକ୍ତା, ଯିହୋୟାଦାର ପୁତ୍ର ବନାୟ, କରେଥୀୟ ଓ ପଲେଥୀୟ ଲୋକମାନେ ଯାଇ ଶଲୋମନଙ୍କୁ ଦାଉଦ ରାଜାଙ୍କର ଖଚର ଉପରେ ଆରୋହଣ କରାଇ ଗୀହୋନକୁ ଆଣିଲେ। 39ପୁଣି, ସାଦୋକ ଯାଜକ ତମ୍ବୁ ମଧ୍ୟରୁ ତୈଳପୂର୍ଣ୍ଣ ଶୃଙ୍ଗ ନେଇ ଶଲୋମନଙ୍କୁ ଅଭିଷେକ କଲେ। ତହୁଁ ଲୋକମାନେ ତୂରୀ ବଜାନ୍ତେ, ସମସ୍ତେ କହିଲେ, “ଶଲୋମନ ରାଜା ଚିରଜୀବୀ ହେଉନ୍ତୁ।”

40ଆଉ, ସମସ୍ତ ଲୋକ ତାହାଙ୍କ ପଛେ ପଛେ ଉଠି ଆସିଲେ ଓ ଲୋକମାନେ ବଂଶୀ ବଜାଇ ଏପରି ମହାହର୍ଷନାଦ କଲେ ଯେ, ସେମାନଙ୍କ ଶବ୍ଦରେ ପୃଥିବୀ ବିଦୀର୍ଣ୍ଣ ହେଲା।

Adonija apprend la nouvelle

41ପୁଣି, ଅଦୋନୀୟ ଓ ତାହାର ସଙ୍ଗୀ ନିମନ୍ତ୍ରିତ ସମସ୍ତ ଲୋକ ଭୋଜନ ଶେଷ କରିବା ସମୟରେ ତାହା ଶୁଣିଲେ। ଆଉ, ଯୋୟାବ ତୂରୀ ଶବ୍ଦ ଶୁଣି ପଚାରିଲା, ନଗରରେ ଏହି କୋଳାହଳ ଶବ୍ଦ କାହିଁକି ହେଉଅଛି? 42ସେ ଏପରି କହୁଥିବା ସମୟରେ, ଦେଖ, ଅବୀୟାଥର ଯାଜକର ପୁତ୍ର ଯୋନାଥନ ଉପସ୍ଥିତ ହେଲା; ତହିଁରେ ଅଦୋନୀୟ କହିଲା, “ଭିତରକୁ ଆସ; କାରଣ ତୁମ୍ଭେ ଯୋଗ୍ୟ ପୁରୁଷ ଓ ସୁସମାଚାର ଆଣିଥିବ।” 43ତହିଁରେ ଯୋନାଥନ ଅଦୋନୀୟକୁ ଉତ୍ତର କରି କହିଲା, “ସତ୍ୟ, ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜା ଶଲୋମନଙ୍କୁ ରାଜା କରିଅଛନ୍ତି; 44ପୁଣି, ରାଜା ସାଦୋକ ଯାଜକଙ୍କୁ, ନାଥନ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ, ପୁଣି, କରେଥୀୟ ଓ ପଲେଥୀୟମାନଙ୍କୁ ତାଙ୍କ ସଙ୍ଗେ ପଠାଇଲେ ଓ ସେମାନେ ତାଙ୍କୁ ରାଜାଙ୍କ ନିଜ ଖଚରରେ ଆରୋହଣ କରାଇଲେ; 45ଆଉ, ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍‍ବକ୍ତା ତାଙ୍କୁ ଗୀହୋନରେ ରାଜାଭିଷିକ୍ତ କଲେ ଓ ସେମାନେ ସେଠାରୁ ଏପରି ଆନନ୍ଦ କରି କରି ଆସିଲେ ଯେ, ତହିଁର ଶବ୍ଦରେ ନଗରରେ କୋଳାହଳ ହେଲା। ତୁମ୍ଭେମାନେ ଯାହା ଶୁଣିଲ, ତାହା ସେହି ଶବ୍ଦ। 46ଶଲୋମନ ମଧ୍ୟ ରାଜ୍ୟର ସିଂହାସନରେ ବସୁଅଛନ୍ତି। 47ଆହୁରି ରାଜାଙ୍କର ଦାସମାନେ ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜାଙ୍କର ମଙ୍ଗଳବାଦ କରିବାକୁ ଆସି କହିଲେ, ‘ଆପଣଙ୍କ ପରମେଶ୍ୱର ଆପଣଙ୍କ ନାମ ଅପେକ୍ଷା ଶଲୋମନଙ୍କ ନାମ ଅଧିକ କରନ୍ତୁ ଓ ଆପଣଙ୍କ ସିଂହାସନ ଅପେକ୍ଷା ତାଙ୍କ ସିଂହାସନ ବଡ଼ କରନ୍ତୁ,’ ତହିଁରେ ରାଜା ଶଯ୍ୟାରେ ଥାଇ ପ୍ରଣାମ କଲେ। 48ଆଉ, ମଧ୍ୟ ରାଜା ଏପରି କହିଲେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ, ସେ ଆଜି ମୋʼ ସିଂହାସନରେ ବସିବା ପାଇଁ ଜଣକୁ ଯୋଗାଇଲେ, ଏହା ହିଁ ମୋହର ଚକ୍ଷୁ ଦେଖିଲା।’”

49ଏଥିରେ ଅଦୋନୀୟର ନିମନ୍ତ୍ରିତ ଲୋକ ସମସ୍ତେ ଭୀତ ହେଲେ, ପୁଣି, ଉଠି ପ୍ରତ୍ୟେକେ ଆପଣା ଆପଣା ବାଟରେ ଚାଲିଗଲେ। 50ଆଉ, ଅଦୋନୀୟ ଶଲୋମନଙ୍କ ସକାଶୁ ଭୀତ ହେଲା ଓ ସେ ଉଠିଯାଇ ଯଜ୍ଞବେଦିର ଶୃଙ୍ଗ ଧରିପକାଇଲା। 51ଏଉତ୍ତାରେ କେହି ଶଲୋମନଙ୍କୁ ଜଣାଇ କହିଲା, “ଦେଖନ୍ତୁ, ଶଲୋମନ ରାଜାଙ୍କୁ ଅଦୋନୀୟ ଭୟ କରୁଅଛି; କାରଣ, ସେ ଯଜ୍ଞବେଦିର ଶୃଙ୍ଗ ଅବଲମ୍ବନ କରି କହୁଅଛି, ‘ଶଲୋମନ ରାଜା ଯେ ଆପଣା ଦାସକୁ ଖଡ୍ଗରେ ବଧ କରିବେ ନାହିଁ, ଏହା ସେ ଆଜି ମୋʼ ନିକଟରେ ଶପଥ କରନ୍ତୁ।’” 52ତହିଁରେ ଶଲୋମନ କହିଲେ, “ଯେବେ ସେ ଆପଣାକୁ ଯୋଗ୍ୟ ଲୋକ ଦେଖାଇବ, ତେବେ ତାହାର ଏକ କେଶ ହିଁ ଭୂମିରେ ପଡ଼ିବ ନାହିଁ; ମାତ୍ର, ତାହାଠାରେ ଦୁଷ୍ଟତା ଦେଖାଗଲେ, ସେ ମରିବ।” 53ତହୁଁ ଶଲୋମନ ରାଜା ଲୋକ ପଠାନ୍ତେ, ସେମାନେ ତାହାକୁ ଯଜ୍ଞବେଦିରୁ ଓହ୍ଲାଇ ଆଣିଲେ। ତହିଁରେ ସେ ଆସି ଶଲୋମନ ରାଜାଙ୍କୁ ପ୍ରଣାମ କଲା, ପୁଣି, ଶଲୋମନ ତାହାକୁ କହିଲେ, “ଆପଣା ଘରକୁ ଯାଅ।”

Copié !
Aa