1 Паралипоменон 15

Только левиты могут нести ковчег

1ଆହୁରି ଦାଉଦ ଆପଣା ପାଇଁ ଦାଉଦ ନଗରେ ଅନେକ ଗୃହ ନିର୍ମାଣ କଲେ; ଆଉ ପରମେଶ୍ୱରଙ୍କ ସିନ୍ଦୁକ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରି ତହିଁ ପାଇଁ ଏକ ତମ୍ବୁ ସ୍ଥାପନ କଲେ। 2ସେହି ସମୟରେ ଦାଉଦ କହିଲେ, “ଲେବୀୟମାନଙ୍କ ଛଡ଼ା ଆଉ କେହି ପରମେଶ୍ୱରଙ୍କ ସିନ୍ଦୁକ ବୋହିବା କର୍ତ୍ତବ୍ୟ ନୁହେଁ; କାରଣ ପରମେଶ୍ୱରଙ୍କ ସିନ୍ଦୁକ ବୋହିବା ପାଇଁ ଓ ଚିରକାଳ ତାହାଙ୍କର ପରିଚର୍ଯ୍ୟା କରିବା ପାଇଁ ସଦାପ୍ରଭୁ ସେମାନଙ୍କୁ ମନୋନୀତ କରିଅଛନ୍ତି।” 3ଏଉତ୍ତାରେ ସଦାପ୍ରଭୁଙ୍କ ସିନ୍ଦୁକ ନିମନ୍ତେ ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ସେହି ସ୍ଥାନକୁ ତାହା ଆଣିବା ପାଇଁ ସେ ସମସ୍ତ ଇସ୍ରାଏଲକୁ ଯିରୂଶାଲମରେ ଏକତ୍ର କଲେ। 4ଆଉ ଦାଉଦ ହାରୋଣ-ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ଏକତ୍ର କଲେ। 5କହାତ-ସନ୍ତାନଗଣ ମଧ୍ୟରେ ଊରୀୟେଲ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ କୋଡ଼ିଏ ଜଣ; 6ମରାରି-ସନ୍ତାନଗଣ ମଧ୍ୟରେ ଅସାୟ ପ୍ରଧାନ ଓ ତାହାର ଭ୍ରାତୃଗଣ ଦୁଇ ଶହ କୋଡ଼ିଏ ଜଣ; 7ଗେର୍ଶୋମ-ସନ୍ତାନଗଣ ମଧ୍ୟରେ ଯୋୟେଲ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ ତିରିଶ ଜଣ; 8ଇଲୀଶାଫନ୍‍-ସନ୍ତାନଗଣ ମଧ୍ୟରେ ଶମୟୀୟ ପ୍ରଧାନ ଓ ତାହାର ଭ୍ରାତୃଗଣ ଦୁଇ ଶହ ଜଣ;

9ହିବ୍ରୋଣ-ସନ୍ତାନଗଣ ମଧ୍ୟରେ ଇଲୀୟେଲ୍‍ ପ୍ରଧାନ ଓ ତାହାର ଭ୍ରାତୃଗଣ ଅଶୀ ଜଣ; 10ଉଷୀୟେଲ-ସନ୍ତାନଗଣ ମଧ୍ୟରେ ଅମ୍ମୀନାଦବ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ ବାର ଜଣ। 11ପୁଣି, ଦାଉଦ ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ, ଊରୀୟେଲକୁ, ଅସାୟକୁ ଓ ଯୋୟେଲକୁ, ଶମୟୀୟକୁ ଓ ଇଲୀୟେଲ୍‍କୁ ଓ ଅମ୍ମୀନାଦବକୁ ଡାକି କହିଲେ, 12“ତୁମ୍ଭେମାନେ ଲେବୀୟମାନଙ୍କ ପିତୃବଂଶର ପ୍ରଧାନ; ମୁଁ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ସେହି ସ୍ଥାନକୁ ତାହା ଆଣିବା ପାଇଁ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ଭ୍ରାତୃଗଣ ଉଭୟ ଆପଣାମାନଙ୍କୁ ପବିତ୍ର କର।” 13କାରଣ ପ୍ରଥମ ଥର ତୁମ୍ଭେମାନେ ତାହା ନ ବୋହିବାରୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଆକ୍ରମଣ କଲେ, ଯେଣୁ ଆମ୍ଭେମାନେ ବିଧିମତେ ତାହାଙ୍କର ଅନ୍ୱେଷଣ ନ କଲୁ।

Священники несут ковчег

14ତହୁଁ ଯାଜକମାନେ ଓ ଲେବୀୟମାନେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଦୁକ ଆଣିବା ନିମନ୍ତେ ଆପଣାମାନଙ୍କୁ ପବିତ୍ର କଲେ। 15ପୁଣି, ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ମୋଶା ଯେପରି ଆଜ୍ଞା କରିଥିଲେ, ତଦନୁସାରେ ଲେବୀୟ ସନ୍ତାନମାନେ ପରମେଶ୍ୱରଙ୍କ ସିନ୍ଦୁକକୁ ତହିଁର ସାଙ୍ଗୀ ଦ୍ୱାରା ଆପଣା ଆପଣା କାନ୍ଧରେ ବୋହିଲେ। 16ଆଉ ଦାଉଦ ଲେବୀୟମାନଙ୍କର ପ୍ରଧାନବର୍ଗଙ୍କୁ କହିଲେ, ତୁମ୍ଭେମାନେ ଆପଣାମାନଙ୍କ ଗାୟକ ଭ୍ରାତୃଗଣକୁ ନେବଲ ଓ ବୀଣା ଓ କରତାଳ, ବାଦ୍ୟଯନ୍ତ୍ର ନେଇ ଉଚ୍ଚସ୍ୱରରେ ଆନନ୍ଦଧ୍ୱନି କରିବା ପାଇଁ ନିଯୁକ୍ତ କର। 17ତହିଁରେ ଲେବୀୟମାନେ ଯୋୟେଲର ପୁତ୍ର ହେମନକୁ ନିଯୁକ୍ତ କଲେ, ତାହାର ଭ୍ରାତୃଗଣ ମଧ୍ୟରୁ ବେରିଖୀୟର ପୁତ୍ର ଆସଫକୁ ଓ ସେମାନଙ୍କ ଭ୍ରାତୃଗଣ ମରାରି-ସନ୍ତାନମାନଙ୍କ ମଧ୍ୟରୁ କୁଶାୟାର ପୁତ୍ର ଏଥନ୍‍କୁ; 18ଆଉ ସେମାନଙ୍କ ସଙ୍ଗେ ସେମାନଙ୍କ ଦ୍ୱିତୀୟ ପଦସ୍ଥ ଭ୍ରାତୃଗଣକୁ, ଅର୍ଥାତ୍‍, ଜିଖରୀୟକୁ, ବେନ୍‍କୁ, ଯାସୀୟେଲକୁ, ଶମୀରାମୋତ୍‍‍କୁ, ଯିହୀୟେଲକୁ, ଉନ୍ନିକୁ, ଇଲୀୟାବ୍‍କୁ, ବନାୟକୁ, ମାସେୟକୁ, ମତ୍ତଥୀୟକୁ, ଇଲୀଫଲେହୁକୁ, ମିକ୍‍ନେୟକୁ, ଦ୍ୱାରପାଳ ଓବେଦ୍‍-ଇଦୋମକୁ ଓ ଯିୟୀୟେଲ୍‍କୁ ନିଯୁକ୍ତ କଲେ। 19ଏହିରୂପେ ହେମନ, ଆସଫ ଓ ଏଥନ୍‍ ଗାୟକମାନେ ପିତ୍ତଳର କରତାଳ ନେଇ ଉଚ୍ଚଧ୍ୱନି କରିବା ପାଇଁ; 20ଆଉ ଜିଖରୀୟ, ଅସୀୟେଲ, ଶମୀରାମୋତ୍‍, ଯିହୀୟେଲ, ଉନ୍ନି, ଇଲୀୟାବ୍‍, ମାସେୟ ଓ ବନାୟ ନେବଲ ନେଇ ଅଲାମୋତ୍‍ ସ୍ୱର ବଜାଇବା ପାଇଁ; 21ପୁଣି, ମତ୍ତଥୀୟ, ଇଲୀଫଲେହୁ, ମିକ୍‍ନେୟ, ଓବେଦ୍‍-ଇଦୋମ, ଯିୟୀୟେଲ୍‍ ଓ ଅସସୀୟ ବୀଣା ବଜାଇ ଶିମିନୀତ୍‍ ସ୍ୱରରେ ଆରମ୍ଭ କରିବା ପାଇଁ ନିଯୁକ୍ତ ହେଲେ।

22ପୁଣି, ଲେବୀୟମାନଙ୍କର ପ୍ରଧାନ କନନୀୟ ଗାନ ବିଷୟରେ ନିଯୁକ୍ତ ହେଲା, ସେ ନିପୁଣ ଥିବାରୁ ଗାନ ଶିଖାଇଲା। 23ଆଉ ବେରିଖୀୟ ଓ ଇଲ୍‍କାନା ସିନ୍ଦୁକର ଦ୍ୱାରରକ୍ଷକ ହେଲେ। 24ପୁଣି, ଶବନୀୟ, ଯୋଶାଫଟ୍‍, ନଥନେଲ, ଅମାସୟ, ଜିଖରୀୟ, ବନାୟ ଓ ଇଲୀୟେଜର ଯାଜକମାନେ ପରମେଶ୍ୱରଙ୍କ ସିନ୍ଦୁକ ସମ୍ମୁଖରେ ତୂରୀ ବଜାଇଲେ; ଆଉ ଓବେଦ୍‍-ଇଦୋମ ଓ ଯିହୀୟ ସିନ୍ଦୁକର ଦ୍ୱାରରକ୍ଷକ ହେଲେ।

Ковчег прибывает в Иерусалим

25ତହୁଁ ଦାଉଦ ଓ ଇସ୍ରାଏଲର ପ୍ରାଚୀନବର୍ଗ ଓ ସହସ୍ରପତିମାନେ ଓବେଦ୍‍-ଇଦୋମର ଗୃହରୁ ଆନନ୍ଦପୂର୍ବକ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବାକୁ ଗଲେ; 26ପୁଣି, ଯେଉଁ ଲେବୀୟମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିଲେ, ପରମେଶ୍ୱର ସେମାନଙ୍କର ସାହାଯ୍ୟ କରନ୍ତେ, ସେମାନେ ସାତ ବଳଦ ଓ ସାତ ମେଷ ବଳିଦାନ କଲେ। 27ଆଉ ଦାଉଦ, ସିନ୍ଦୁକ-ବାହକ ଲେବୀୟମାନେ, ଗାୟକମାନେ, ଗାୟକମାନଙ୍କ ସହିତ ଗୀତ-ଶିକ୍ଷକ କନନୀୟ, ସମସ୍ତେ ଶୁଭ୍ର କ୍ଷୌମବସ୍ତ୍ରର ଚୋଗା ପିନ୍ଧିଥିଲେ; ଆଉ ଦାଉଦଙ୍କର ଦେହରେ ଶୁଭ୍ର କ୍ଷୌମବସ୍ତ୍ରର ଏଫୋଦ ଥିଲା। 28ଏହିରୂପେ ଉଚ୍ଚସ୍ୱରରେ ଜୟଧ୍ୱନି କରି ଶିଙ୍ଗା, ତୂରୀ, କରତାଳ, ନେବଲ ଓ ବୀଣା ବଜାଇ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିଲେ।

Мелхола презирает Давида

29ପୁଣି, ଦାଉଦ-ନଗରରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଉପସ୍ଥିତ ହୁଅନ୍ତେ, ଶାଉଲଙ୍କ କନ୍ୟା ମୀଖଲ ଝରକା ବାଟେ ଅନାଇ ଦାଉଦ ରାଜାଙ୍କୁ ନୃତ୍ୟ ଓ ଆନନ୍ଦ କରିବାର ଦେଖିଲା, ତହିଁରେ ସେ ମନେ ମନେ ତାଙ୍କୁ ତୁଚ୍ଛ କଲା।

Скопировано!
Aa