1 Chronicles 8
From Benjamin to Saul
1ବିନ୍ୟାମୀନ୍ ଆପଣା ଜ୍ୟେଷ୍ଠ ବେଲା, ଦ୍ୱିତୀୟ ଅସ୍ବେଲ ଓ ତୃତୀୟ ଅହର୍ହ; 2ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା। 3ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର, ଗେରା, ଅବୀହୂଦ, 4ଅବୀଶୂୟ, ନାମାନ୍, ଆହୋହ, 5ଗେରା, ଶଫୂଫନ୍ ଓ ହୂରମ୍। 6ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତ୍କୁ ନିଆଯାଇଥିଲେ। 7ଆଉ ସେ ନାମାନ୍, ଅହୀୟ, ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦ୍କୁ ଜାତ କଲା। 8ପୁଣି, ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍ ଓ ବାରା ତାହାର ଭାର୍ଯ୍ୟା ଥିଲେ।
9ପୁଣି, ସେ ଆପଣା ଭାର୍ଯ୍ୟା ହୋଦଶ୍ର ଗର୍ଭରେ ଯୋବବ୍, ସିବୀୟ, ମେଶା ଓ ମଲକମ୍, 10ଯିୟୂଶ, ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶର ପ୍ରଧାନ ଥିଲେ। 11ଆଉ ସେ ହୂଶୀମ୍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା। 12ଆଉ ଇଲ୍ପାଲର ପୁତ୍ର ଏବର ଓ ମିଶୀୟମ୍, ପୁଣି, ସମସ୍ତ ଉପନଗର ସମେତ ଓନୋର ଓ ଲୋଦ୍ର ପତ୍ତନକାରୀ ଶେମଦ୍, 13ବରୀୟ ଓ ଶେମା, ଏମାନେ ଅୟାଲୋନ୍ ନିବାସୀମାନଙ୍କର ପିତୃବଂଶର ପ୍ରଧାନ ଥିଲେ, ଆଉ ଏମାନେ ଗାଥ୍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ। 14ପୁଣି, ଅହୀୟୋ, ଶାଶକ୍, ଯେରେମୋତ୍, 15ସବଦୀୟ, ଅରାଦ, ଏଦର, 16ମୀଖାୟେଲ, ଯିଶ୍ପା, ଯୋହା ବରୀୟର ପୁତ୍ର ଥିଲେ;
17ଆଉ ସବଦୀୟ, ମଶୁଲ୍ଲମ୍, ହିଷ୍କି, ହେବର, 18ଯିଷ୍ମରୟ, ଯିଷ୍ଲୀୟ ଓ ଯୋବବ୍ ଇଲ୍ପାଲର ପୁତ୍ର ଥିଲେ। 19ଆଉ ଶିମୀୟିର ପୁତ୍ର ଯାକୀମ୍, ସିଖ୍ରି, ସବ୍ଦି, 20ଇଲୀଐନୟ, ସିଲ୍ଲଥୟ, ଇଲୀୟେଲ୍, 21ଅଦାୟା, ବରାୟା ଓ ଶିମ୍ରତ୍; 22ଆଉ ଶାଶକ୍ର ପୁତ୍ର ଯିଶ୍ପନ୍, ଏବର, ଇଲୀୟେଲ୍, 23ଅବଦୋନ୍, ସିଖ୍ରି, ହାନନ୍, 24ହନାନୀୟ, ଏଲମ୍, ଅନ୍ତୋଥୀୟ,
25ଯିଫଦୀୟ ଓ ପନୂୟେଲ; 26ଆଉ, ଯିରୋହମର ସନ୍ତାନ ଶମ୍ଶରୟ, ଶହରୀୟ, ଅଥଲୀୟ, 27ଯାରିଶୀୟ, ଏଲୀୟ ଓ ସିଖ୍ରି; 28ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶର ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ। 29ଆଉ ଗିବୀୟୋନ୍ର ପିତା ଯିୟେଲ ଗିବୀୟୋନ୍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା। 30ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍, କୀଶ୍, ବାଲ୍, ନାଦବ୍, 31ଗଦୋର, ଅହୀୟୋ ଓ ସଖର; 32ପୁଣି, ମିକ୍ଲୋତ୍ ଶିମୀୟଙ୍କୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ।
The family of Saul
33ନେର୍ କୀଶ୍କୁ ଜାତ କଲା, କୀଶ୍ ଶାଉଲଙ୍କୁ ଜାତ କଲା, ଶାଉଲ ଯୋନାଥନ, ମଲ୍କୀଶୂୟ, ଅବୀନାଦବ ଓ ଇଶ୍ବାଲକୁ ଜାତ କଲେ। 34ପୁଣି, ମରୀବ୍ବାଲ୍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ୍ ମୀଖାକୁ ଜାତ କଲା। 35ମୀଖାର ପୁତ୍ର ପିଥୋନ୍, ମେଲକ୍, ତରେୟ ଓ ଆହସ୍। 36ଆଉ, ଆହସ୍ ଯିହୋୟାଦାକୁ ଜାତ କଲା, ପୁଣି, ଯିହୋୟାଦା ଆଲେମତ୍, ଅସ୍ମାବତ୍, ସିମ୍ରିକୁ ଜାତ କଲା ଓ ସିମ୍ରି ମୋତ୍ସାକୁ ଜାତ କଲା। 37ମୋତ୍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ; 38ପୁଣି, ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍। ଏସମସ୍ତେ ଆତ୍ସେଲର ପୁତ୍ର। 39ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ୱିତୀୟ ଯିୟୂଶ୍ ଓ ତୃତୀୟ ଇଲୀଫେଲଟ୍। 40ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ। ଏସମସ୍ତେ ବିନ୍ୟାମୀନ୍ର ସନ୍ତାନ।