1 Samuel 13
La guerra con los filisteos
1ଶାଉଲ ତିରିଶ ବର୍ଷ ବୟସରେ ଇସ୍ରାଏଲ ଉପରେ ରାଜତ୍ୱ କଲେ। 2ପୁଣି, ଶାଉଲ ଆପଣା ପାଇଁ ଇସ୍ରାଏଲ ମଧ୍ୟରୁ ତିନି ହଜାର ଲୋକ ମନୋନୀତ କଲେ; ଏମାନଙ୍କର ଦୁଇ ହଜାର ମିକ୍ମସ୍ରେ ଓ ବେଥେଲ୍ ପର୍ବତରେ ଶାଉଲଙ୍କ ସଙ୍ଗରେ ରହିଲେ, ଆଉ ଏକ ହଜାର ବିନ୍ୟାମୀନ୍ ପ୍ରଦେଶସ୍ଥ ଗିବୀୟାରେ ଯୋନାଥନ ସଙ୍ଗରେ ରହିଲେ; ପୁଣି, ଅବଶିଷ୍ଟ ଲୋକମାନଙ୍କର ପ୍ରତ୍ୟେକକୁ ସେ ଆପଣା ଆପଣା ତମ୍ବୁକୁ ବିଦାୟ କଲେ। 3ଆଉ ଯୋନାଥନ ଗେବାସ୍ଥିତ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳକୁ ସଂହାର କରନ୍ତେ, ପଲେଷ୍ଟୀୟମାନେ ତାହା ଶୁଣିଲେ। ସେତେବେଳେ ଶାଉଲ ଦେଶର ସର୍ବତ୍ର ତୂରୀ ବଜାଇ କହିଲେ, “ଏବ୍ରୀୟ ଲୋକମାନେ ଶୁଣନ୍ତୁ।” 4ତହୁଁ ଶାଉଲ ଯେ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳକୁ ସଂହାର କରିଅଛନ୍ତି ଓ ମଧ୍ୟ ଇସ୍ରାଏଲ ଯେ ପଲେଷ୍ଟୀୟମାନଙ୍କ ନିକଟରେ ଦୁର୍ଗନ୍ଧ ସ୍ୱରୂପ ହୋଇଅଛନ୍ତି, ଏହା ସମୁଦାୟ ଇସ୍ରାଏଲ ଶୁଣିଲେ। ଏଣୁ ଲୋକମାନେ ଶାଉଲଙ୍କ ପାଖରେ ଗିଲ୍ଗଲ୍ରେ ଏକତ୍ର ହେଲେ। 5ଏଉତ୍ତାରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ପଲେଷ୍ଟୀୟମାନଙ୍କର ତିରିଶ ସହସ୍ର ରଥ ଓ ଛଅ ସହସ୍ର ଅଶ୍ୱାରୋହୀ ଓ ସମୁଦ୍ରତୀରସ୍ଥ ବାଲୁକାର ନ୍ୟାୟ ଲୋକସମୂହ ଏକତ୍ର ହେଲେ; ସେମାନେ ଆସି ମିକ୍ମସ୍ରେ ବେଥ୍-ଆବନର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ। 6ଏଣୁ ଇସ୍ରାଏଲ ଲୋକମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ; (କାରଣ ଲୋକମାନେ ବଡ଼ କଷ୍ଟ ଭୋଗ କଲେ), ଏହେତୁ ଲୋକମାନେ ଗୁମ୍ଫାରେ ଓ କଣ୍ଟାବଣରେ ଓ ଶୈଳରେ ଓ ଦୁର୍ଗମ ସ୍ଥାନରେ ଓ ଗାତରେ ଆପଣାମାନଙ୍କୁ ଲୁଚାଇଲେ। 7ଏହି ସମୟରେ ଏବ୍ରୀୟମାନଙ୍କର କେତେକ ଲୋକ ଯର୍ଦ୍ଦନ ପାର ହୋଇ ଗାଦ୍ ଓ ଗିଲୀୟଦ ଦେଶକୁ ଯାଇଥିଲେ; ମାତ୍ର ଶାଉଲ ଏଯାଏ ଗିଲ୍ଗଲ୍ରେ ଥିଲେ, ଆଉ ସମସ୍ତ ଲୋକ ଥରଥର ହୋଇ ତାଙ୍କର ପଶ୍ଚାଦ୍ଗାମୀ ହେଲେ।
Saúl ofrece el sacrificio él mismo
8ଏଉତ୍ତାରେ ଶାମୁୟେଲଙ୍କର ନିରୂପିତ ସମୟାନୁସାରେ ଶାଉଲ ସାତ ଦିନ ବିଳମ୍ବ କଲେ; ମାତ୍ର ଶାମୁୟେଲ ଗିଲ୍ଗଲ୍କୁ ଆସିଲେ ନାହିଁ; ଏହେତୁ ଲୋକମାନେ ତାଙ୍କ ନିକଟରୁ ଛିନ୍ନଭିନ୍ନ ହେବାକୁ ଲାଗିଲେ। 9ଏଥିରେ ଶାଉଲ କହିଲେ, “ଏଠାରେ ମୋʼ ନିକଟକୁ ସେହି ହୋମବଳି ଓ ସେହି ମଙ୍ଗଳାର୍ଥକ ବଳି ଆଣ।” ଆଉ ସେ ହୋମବଳି ଉତ୍ସର୍ଗ କଲେ। 10ପୁଣି, ସେ ହୋମବଳି ଉତ୍ସର୍ଗ କରିବାର ସମାପ୍ତ କରିବା ମାତ୍ରେ ଦେଖ, ଶାମୁୟେଲ ଉପସ୍ଥିତ ହେଲେ; ତହିଁରେ ଶାଉଲ ତାଙ୍କୁ ମଙ୍ଗଳବାଦ କରିବା ପାଇଁ ଭେଟିବାକୁ ଗଲେ। 11ଏଥିରେ ଶାମୁୟେଲ କହିଲେ, “ତୁମ୍ଭେ କଅଣ କଲ?” ଶାଉଲ ଉତ୍ତର କଲେ, “ମୁଁ ଦେଖିଲି, ଯେ ଲୋକମାନେ ମୋʼ ନିକଟରୁ ଛିନ୍ନଭିନ୍ନ ହେଉଅଛନ୍ତି, ପୁଣି, ନିରୂପିତ ଦିବସ ମଧ୍ୟରେ ତୁମ୍ଭେ ଆସିଲ ନାହିଁ, ମଧ୍ୟ ପଲେଷ୍ଟୀୟମାନେ ମିକ୍ମସ୍ରେ ଏକତ୍ର ହୋଇଅଛନ୍ତି; 12ଏଥିପାଇଁ ମୁଁ କହିଲି, ‘ପଲେଷ୍ଟୀୟମାନେ ଏହିକ୍ଷଣି ମୋʼ ବିରୁଦ୍ଧରେ ଗିଲ୍ଗଲ୍କୁ ଓହ୍ଲାଇ ଆସିବେ, ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ।’ ଏନିମନ୍ତେ ମୁଁ ସାହସ ବାନ୍ଧି ହୋମବଳି ଉତ୍ସର୍ଗ କଲି।” 13ତହିଁରେ ଶାମୁୟେଲ ଶାଉଲଙ୍କୁ କହିଲେ, “ତୁମ୍ଭେ ମୂର୍ଖର କର୍ମ କରିଅଛ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଆଜ୍ଞା ଦେଇଥିଲେ, ତାହା ତୁମ୍ଭେ ପାଳନ କଲ ନାହିଁ; କରିଥିଲେ ସଦାପ୍ରଭୁ ଇସ୍ରାଏଲ ଉପରେ ତୁମ୍ଭର ରାଜତ୍ୱ ଏବେ ଅନନ୍ତକାଳସ୍ଥାୟୀ କରିଥାʼନ୍ତେ। 14ମାତ୍ର ଏବେ ତୁମ୍ଭର ରାଜତ୍ୱ ସ୍ଥିର ହେବ ନାହିଁ; ସଦାପ୍ରଭୁ ନିଜ ମନର ମତ ଏକ ଜଣ ଆପଣା ପାଇଁ ଅନ୍ୱେଷଣ କରିଅଛନ୍ତି, ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ତାହାକୁ ଅଗ୍ରଣୀ ନିରୂପଣ କରିଅଛନ୍ତି, କାରଣ ସଦାପ୍ରଭୁ ତୁମ୍ଭକୁ ଯାହା ଆଜ୍ଞା କରିଥିଲେ, ତୁମ୍ଭେ ତାହା ପାଳନ କଲ ନାହିଁ।” 15ଏଥିଉତ୍ତାରେ ଶାମୁୟେଲ ଉଠି ଗିଲ୍ଗଲ୍ରୁ ବିନ୍ୟାମୀନ୍ ପ୍ରଦେଶସ୍ଥ ଗିବୀୟାକୁ ଗଲେ। ସେତେବେଳେ ଶାଉଲ ଗଣନା କରି ଊଣାଧିକ ଛଅ ଶତ ଲୋକ ଆପଣା ନିକଟରେ ଥିବାର ଦେଖିଲେ।
Ningún herrero en la tierra
16ପୁଣି, ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ଓ ସେମାନଙ୍କ ନିକଟରେ ବର୍ତ୍ତମାନ ଥିବା ଲୋକମାନେ ବିନ୍ୟାମୀନ୍ ପ୍ରଦେଶସ୍ଥ ଗେବାରେ ରହିଲେ; ମାତ୍ର ପଲେଷ୍ଟୀୟମାନେ ମିକ୍ମସ୍ରେ ଛାଉଣି ସ୍ଥାପନ କଲେ। 17ଏଉତ୍ତାରେ ପଲେଷ୍ଟୀୟମାନଙ୍କ ଛାଉଣିରୁ ତିନି ଦଳ ବିନାଶକ ଲୋକ ଆସିଲେ; ଏକ ଦଳ ଅଫ୍ରା ପଥରେ ଗମନ କରି ଶୂୟାଲ ପ୍ରଦେଶକୁ ଗଲେ; 18ପୁଣି, ଅନ୍ୟ ଏକ ଦଳ ବେଥ୍-ହୋରଣ ପଥ ଆଡ଼େ ଫେରିଲେ; ଆଉ ଅନ୍ୟ ଏକ ଦଳ ପ୍ରାନ୍ତର ଆଡ଼େ ସିବୋୟିମ ଉପତ୍ୟକାର ଅଭିମୁଖସ୍ଥ ଅଞ୍ଚଳର ପଥ ଦେଇ ଗମନ କଲେ। 19ସେସମୟରେ ସମସ୍ତ ଇସ୍ରାଏଲ ଦେଶରେ କମାର ମିଳୁ ନ ଥିଲେ; କାରଣ ପଲେଷ୍ଟୀୟମାନେ କହିଲେ, “କେଜାଣି ଏବ୍ରୀୟମାନେ ଆପଣାମାନଙ୍କ ପାଇଁ ଖଡ୍ଗ ବା ବର୍ଚ୍ଛା ନିର୍ମାଣ କରିବେ;” 20ଏଣୁ ଆପଣା ଆପଣା ଫାଳ ଓ ଛୁରୀ ଓ କୁହ୍ରାଡ଼ି ଓ କୋଡ଼ି ପଜାଇବା ପାଇଁ ଇସ୍ରାଏଲର ସମସ୍ତ ଲୋକଙ୍କୁ ପଲେଷ୍ଟୀୟମାନଙ୍କ ନିକଟକୁ ଯିବାର ହେଲା; 21ତେଣୁ ସମସ୍ତଙ୍କର କୋଡ଼ି ଓ ଛୁରୀ ଓ ବିଦା ଓ କୁହ୍ରାଡ଼ି ଦନ୍ଥଡ଼ା ହୋଇଥାଏ; ମଧ୍ୟ ଅଙ୍କୁଶ ଧାର କରିବା ପାଇଁ ସେମାନଙ୍କର (ପଲେଷ୍ଟୀୟମାନଙ୍କ ନିକଟକୁ ଯିବାର ହେଲା)। 22ଏଣୁ ଯୁଦ୍ଧ ସମୟରେ ଶାଉଲ ଓ ଯୋନାଥନର ସଙ୍ଗୀ ଲୋକମାନଙ୍କ କାହାରି ହସ୍ତରେ ଖଡ୍ଗ କି ବର୍ଚ୍ଛା ନ ଥିଲା; କେବଳ ଶାଉଲ ଓ ତାଙ୍କ ପୁତ୍ର ଯୋନାଥନର ହସ୍ତରେ ଥିଲା। 23ଏଉତ୍ତାରେ ପଲେଷ୍ଟୀୟମାନଙ୍କ ପ୍ରହରୀ-ଦଳ ବାହାର ହୋଇ ମିକ୍ମସ୍ ଘାଟିକୁ ଗଲେ।